ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ
Advertisement
trendingNow11181170

ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ

ବର୍ତ୍ତମାନ ନୂତନ ବ୍ୟବସ୍ଥାରେ ମଦର ଖୁଚୁରା ଦୋକାନର ଗୋଟିଏ ପେଟି ଉପରେ ଆଉ ଏକ ପେଟି ମାଗଣା ଭଳି ଯୋଜନା ପୁଣି ଆରମ୍ଭ ହୋଇପାରେ । ଏହାର ଅନୁମୋଦନ ପାଇଁ ଫାଇଲକୁ LG କୁ ପଠାଯାଇଛି । ଏହା ବ୍ୟତୀତ ମଦର ହୋମ୍ ଡେଲିଭରୀ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏଥିପାଇଁ ମଦର ଖୁଚୁରା ଦୋକାନରୁ ମଦକୁ ହୋମ୍ ଜେଲିଭରୀ କରିବା ପାଇଁ ଯୋଜନା ମଧ୍ୟ କରାଯାଉଛି ଯାହା ଦ୍ୱାରା ଲୋକମାନେ ଘରେ ମଦ ପାଇପାରିବେ ।

ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ ମଦ (Liquor) ଓ ବିୟର (Beer) ବିକ୍ରି ଉପରେ ବମ୍ପର ଅଫର ମିଳିପାରେ । କୁହାଯାଉଛି ଯେ ଏଥିପାଇଁ ଦିଲ୍ଲୀ ସରକାର (Delhi Government) ଙ୍କ ତରଫରୁ ସବୁଜ ସଙ୍କେତ ମିଳିସାରିଛି । ଏହି ନିୟମ ଲାଗୁ କରିବା ପାଇଁ ଉପରାଜ୍ୟପାଳଙ୍କ ନିକଟକୁ ଫାଇଲ ପଠାଯାଇଛି । ଉପରାଜ୍ୟପାଳ (Delhi Lieutenant Governor) ଙ୍କ ଅନୁମୋଦନ ପରେ ଖୁଚୁରା ଦୋକାନୀମାନେ ପୁଣିଥରେ ଦିଲ୍ଲୀରେ ମଦ ବିକ୍ରି ଉପରେ ମନ ଇଚ୍ଛା ରିହାତି ଦେଇପାରିବେ । ମଦ ଏମଆରପି ଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିବ ନାହିଁ ।

ସୂଚନାନୁସାରେ, ଫେବୃଆରୀରେ ଦିଲ୍ଲୀରେ ମଦ ଓ ବିୟର ଉପରେ ଜବରଦସ୍ତ ଡିସ୍କାଉଣ୍ଟ ଦିଆଯିବା ପରେ ଅବକାରୀ ବିଭାଗର କମିଶନର ଏହା ଉପରେ ରୋକ ଲଗାଇଦେଇଥିଲା । କାରଣ ସେହି ସମୟରେ କୋରୋନା ଅବଧିରେ ସାମାଜିକ ଦୂରତା ପାଳନ କରାଯାଉ ନଥିଲା । ଦ୍ୱିତୀୟତଃ ଅନେକ ସ୍ଥାନରେ ବହୁ ସଂଖ୍ୟକ କ୍ରେତା ମଦ ଦୋକାନରେ ପହଞ୍ଚିଥିଲେ । ଫଳରେ ସେଠାରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା । ମାମଲା ବିଗିଡ଼ିବାର ଦେଖି ଫେବୃଆରୀ ୨୮ରେ ଅଫର୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ମଦ ଓ ବିୟର କେବଳ MRP ରେ ବିକ୍ରି ହୋଇପାରିବ କିନ୍ତୁ ଏପ୍ରିଲ୍ ଠାରୁ ଏହାର ବିକ୍ରିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଅନୁମତି ଦିଆଯାଇଥିଲା ।

ବର୍ତ୍ତମାନ ନୂତନ ବ୍ୟବସ୍ଥାରେ ମଦର ଖୁଚୁରା ଦୋକାନର ଗୋଟିଏ ପେଟି ଉପରେ ଆଉ ଏକ ପେଟି ମାଗଣା ଭଳି ଯୋଜନା ପୁଣି ଆରମ୍ଭ ହୋଇପାରେ । ଏହାର ଅନୁମୋଦନ ପାଇଁ ଫାଇଲକୁ LG କୁ ପଠାଯାଇଛି । ଏହା ବ୍ୟତୀତ ମଦର ହୋମ୍ ଡେଲିଭରୀ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏଥିପାଇଁ ମଦର ଖୁଚୁରା ଦୋକାନରୁ ମଦକୁ ହୋମ୍ ଜେଲିଭରୀ କରିବା ପାଇଁ ଯୋଜନା ମଧ୍ୟ କରାଯାଉଛି ଯାହା ଦ୍ୱାରା ଲୋକମାନେ ଘରେ ମଦ ପାଇପାରିବେ । ହୋମ ଡେଲିଭରୀ ପାଇଁ କୌଣସି ଅଲଗା କମ୍ପାନୀ ଚୟନ କରାଯାଇପାରେ । ଏହି ପ୍ରସଙ୍ଗରେ ସରକାରଙ୍କ ଅନୁମୋଦନ ପାଇବା ପରେ ଅବକାରୀ ବିଭାଗ ଖୁବ୍ ଶୀଘ୍ର କିଛି ଘୋଷଣା କରିପାରେ ।

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ଏହା ବି ପଢ଼ନ୍ତୁ:-'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'

 

ଦିଲ୍ଲୀ ସରକାର ମନେ କରନ୍ତି ଯେ ଯେତେବେଳେ ଲାଇସେନ୍ସ ଧାରକ ମଦ ବିକ୍ରୟ ପାଇଁ ଲାଇସେନ୍ସ ଦେୟ ପ୍ରଦାନ କରୁଛନ୍ତି, ସେତେବେଳେ ତାଙ୍କୁ କମ୍ ମୂଲ୍ୟରେ ମଦ ବିକ୍ରୟ କରିବାକୁ ଅନୁମତି ଦିଆଯିବା ଉଚିତ୍ । ଏହା ସହିତ ଖୁବ୍ ଶୀଘ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀର ବାରରେ ମଦ ପରିବେଷଣ କରାଯିବ । ଏ ବାବଦରେ ଆଦେଶ ଜାରି କରିବା ପାଇଁ ଅବକାରୀ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ବିଭାଗ ଏପ୍ରିଲ ୨ରେ ବେସରକାରୀ ଦୋକାନଗୁଡିକୁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଉପରେ ୨୫ ପ୍ରତିଶତ ରିହାତି ଦେବାକୁ ଅନୁମତି ଦେଇଥିଲା । ଏହି ରିହାତି ମେ ୩୧ ପର୍ଯ୍ୟନ୍ତ ଜାରି ରହିବ ।

Trending news